Thursday, July 30, 2020
ରାଜ୍ୟରେ ପୁଣି ୧୨୦୩ କରୋନା ପଜିଟିଭ୍ ଚିହ୍ନଟ ।
Sunday, June 7, 2020
ପୂଜା ପାଇଲେ ପଟି ଦିଅଁ ।
Tuesday, May 26, 2020
କେନ୍ଦୁଝର ଜିଲ୍ଲାରେ ନୂଆ ୮ଜଣଙ୍କ ପଜିଟିଭ୍ ରିପୋର୍ଟ।
Saturday, May 16, 2020
ଭାରତକୁ ୭୬ହଜାର କୋଟି ଦେଲା ବିଶ୍ୱବ୍ୟାଙ୍କ ।
ବିଶ୍ୱବ୍ୟାଙ୍କର ଭାରତ ମୁଖ୍ୟ ଜୁନେଦ ଅହମଦ୍ କହିଛନ୍ତ ଯେ, ବ୍ୟାଙ୍କ ତିନୋଟି କ୍ଷେତ୍ରରେ ଭାରତ ସହିତ ସହଯୋଗ କରିବ । ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଲଘୁ ଏବଂ ମଧ୍ୟମ ଉଦ୍ୟୋଗ । ଭାରତର ସାମାଜିକ ସୁରକ୍ଷାକୁ ପ୍ରବାସୀ, ଅସଙ୍ଗଠିତ ଶ୍ରମିକ, ପୋର୍ଟେବିଲିଟି ଏବଂ ସିଷ୍ଟମର ଏକୀକରଣ ନିର୍ମାଣ କରିବା ପାଇଁ ପ୍ରେରିତ କରାଯିବ । ବିଶ୍ୱବ୍ୟାଙ୍କ ୨୫ଟି ବିକାଶଶୀଳ ଦେଶକୁ ଏହି ପ୍ୟାକେଜ ଦେବାଲାଗି ପ୍ରସ୍ତାବ ଦେଇଥିଲା ।
ଏହା ଛଡ଼ା ଏସିଆ ବିକାଶ ବ୍ୟାଙ୍କ (ଏଡିବି) କରୋନା ସଙ୍କଟରେ ଭାରତକୁ ୧.୫ ଅ।।ରବ ଡଲାରର ପ୍ୟାକେଜ ଦେବାଲାଗି ଘୋଷଣା କରିଥିଲା । ଏହାର ଉଦ୍ଦେଶ୍ୟ ଭାରତ ସରକାର କରୋନା ପ୍ରସାର ରୋକିବା ଲଢ଼େଇରେ ସାମିଲ ହୋଇ ମାନବୀୟ, ସାମାଜିକ ଏବଂ ଆର୍ଥିକ କ୍ଷତିକୁ କମ୍ କରିବା ।
Friday, May 15, 2020
ରାଜ୍ୟରେ ଆଉ ୪୮ଟି କରୋନା ଆକ୍ରାନ୍ତ ଟିହ୍ନଟ ।
Thursday, May 14, 2020
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮୦୦୩ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ରହିଛି ୨୧୩୭। ସେହିପରି ଅରୁଣାଚଳ ପ୍ରଦେଶ ୧, ଆସାମ ୮୦, ବିହାର ୯୪୦, ଚଣ୍ଡିଗଡ଼ ୧୮୭, ଛତିଶଗଡ଼ ୫୯, ଦାଦର ନଗର ହାୱେଲି ୧, ଦିଲ୍ଲୀ ୭୯୯୮, ଗୋଆ ୭, ଗୁଜରାଟ ୯୨୬୭, ହରିୟାଣା ୭୯୩, ହିମାଚଳ ପ୍ରଦେଶ ୬୬, ଜମ୍ମୁ ଓ କଶ୍ମୀର ୯୭୧, ଝାଡ଼ଖଣ୍ଡ ୧୭୩ କର୍ଣ୍ଣାଟକ ୯୫୯ ଓ କେରଳରେ ୫୩୪ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡା ଲଦାଖ ୪୩, ମଧ୍ୟପ୍ରଦେଶ ୪୧୭୩, ମହାରାଷ୍ଟ୍ର ୨୫୯୨୨, ମଣିପୁର ୨, ମେଘାଳୟ ୧୩, ମିଜୋରାମ ୧, ଓଡ଼ିଶା ୪୩୮, ପୁଦ୍ଦୁଚେରୀ ୧୩, ପଞ୍ଜାବ ୧୯୨୪, ରାଜସ୍ଥାନ ୪୩୨୮, ତାମିଲନାଡୁ ୯୨୨୭, ତେଲେଙ୍ଗାନା ୧୩୬୭, ତ୍ରିପୁରା ୧୫୫, ଉତ୍ତରାଖଣ୍ଡ ୭୨, ଉତ୍ତରପ୍ରଦେଶ ୩୭୨୯ ଓ ପଶ୍ଚିମବଙ୍ଗରେ ୨୨୯୦ କାରୋନା ଆକ୍ରାନ୍ତ ଥିବା କୁହାଯାଇଛି।
ଦେଶର ଆର୍ଥନୀତି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା
ବୁଧବାର ସାମ୍ବାଦିକ ସମ୍ମିଳନୀରେ ନିର୍ମଳା ସୀତାରମଣ କହିଛନ୍ତି କ୍ଷୁଦ୍ର, ମଧ୍ୟମ ଓ କୂଟୀର ଶିଳ୍ପର ଉଦ୍ୟୋଗୀଙ୍କ ଆଜି ୩ ଲକ୍ଷ କୋଟି ଟଙ୍କା ଋଣ ନେବାର ବ୍ୟବସ୍ଥା କରାଯାଇଛି। ଭାରତକୁ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିବା ବେଳେ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ରହିଛି ଲକ୍ଷ୍ୟ। ସେଥିପାଇଁ ଏମଏସଏମଇ ସହ ଜଡ଼ିତ ବ୍ୟବସାୟୀମାନଙ୍କୁ ୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନର ହୋଇଛି ବ୍ୟବସ୍ଥା।ଏହି କ୍ଷେତ୍ର ସହିତ ୧୨ କୋଟି ଲୋକ ଜଡ଼ିତ ଥିବାରୁ ଋଣ ବ୍ୟବସ୍ଥା ଅଟୋମେଟିକ ସିଷ୍ଟମରେ ହେବ। ଋଣ ପାଇଁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡ଼ିବନି। ୪ ବର୍ଷ ପାଇଁ ଏହି ଋଣ ଦିଆଯିବ। ବାର୍ଷିକ ଶହେ କୋଟି ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରୁଥିବା ଉଦ୍ୟୋଗ ଗୁଡ଼ିକ ଏହାଦ୍ୱାରା ଲାଭବାନ ହେବେ। ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଉଦ୍ୟୋଗୀମାନଙ୍କ ପାଇଁ ଫଣ୍ଡ ଅଫ ଫଣ୍ଡ୍ସ ବ୍ୟବସ୍ଥା ହେବ। ଏହା ଅଧୀନରେ ୫୦ ହଜାର କୋଟି ଟଙ୍କାର ଇକ୍ୟୁଇଟି ଇନଫ୍ୟୁଜନର ବ୍ୟବସ୍ଥା ଥିବାରୁ ଏମଏସଏମ ଉଦ୍ୟୋଗକୁ ସଂପ୍ରସାରଣ କରିବାକୁ ଚାହୁଁଥିବା ଲୋକମାନେ ଲାଭ ଉଠାଇ ପାରିବେ।
ସେ କହିଲେ ୩ ମାସ ପର୍ଯ୍ୟନ୍ତ ବ୍ୟବସାୟ ଓ କର୍ମଚାରୀଙ୍କ ଇପିଏଫ ପାଇଁ ୨୫ ହଜାର କୋଟିର ସହାୟତା ଯୋଗାଇ ଦିଆଯିବ। ସେହିପରି ଚାପରେ ଥିବା ଏମଏସଏମଇ ଉଦ୍ୟୋଗୀଙ୍କ ପାଇଁ ୨୦ ହଜାର କୋଟିର ବ୍ୟବସ୍ଥା କରାଯାଇଥିବା ବେଳେ ୨ ଲକ୍ଷରୁ ଅଧିକ ଏମଏସଏମ ଉଦ୍ୟୋଗୀଙ୍କୁ ମିଳିବ ଫାଇଦା। ମାଇକ୍ରୋ ଫାଇନ୍ସ ସେକ୍ଟରକୁ ୩୦ ହଜାର କୋଟି ଟଙ୍କା ଦିଆଯିବ। ନିର୍ମଳା କହିଲେ ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ଉଜ୍ଜଳା ଓ ଜନଧନ ଯୋଜନା ଦ୍ୱାରା ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହି ପ୍ୟାକେଜ ଦ୍ୱାରା ଚାଷୀଙ୍କ ଠାରୁ ଶ୍ରିମକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଫାଇଦା ମିଳିବ। ପୂର୍ବରୁ ଘୋଷଣା ହୋଇଥିବା ଗରିବ ଜନ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଥିଲା। ଏହି ଯୋଜନା ଅନୁସାରେ ୪୧ କୋଟି ଜନଧନ ଯୋଜନା ଆକାଉଣ୍ଟଧାରୀଙ୍କ ପାଖକୁ ଟଙ୍କା ଯାଇଥିବା ସେ ସୂଚନା ଦେଇଛନ୍ତି।
Wednesday, May 13, 2020
ଗ୍ରୀନଜୋନ୍ ରେ ଚାଲିବ ସରକାରୀ ବସ୍ ।
କେନ୍ଦୁଝର ଜିଲ୍ଲାରୁ ଆଉ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ।
Tuesday, May 12, 2020
ସ୍ୱତନ୍ତ୍ର ଟ୍ରେନରେ ଆନ୍ଧ୍ରରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡ଼ିଆ।
ଆନ୍ଧ୍ରପ୍ରଦେଶ ମଙ୍ଗଳଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍ ଭଦ୍ରକରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ସମସ୍ତଙ୍କ ପଞ୍ଜିକରଣ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଟ୍ରେନରୁ ପ୍ରାୟ ୪୦୦ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଛନ୍ତି । ସେମାନଙ୍କ ସ୍କ୍ରିନିଂ କରାଯିବା ପରେ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯିବ ।
ନିଜ ନିଜ ପଞ୍ଚାୟତ ଓ ପୌରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମାନଙ୍କୁ ରଖାଯିବ । ଟ୍ରେନରେ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଓ ଅନ୍ୟ କିଛି ଜିଲ୍ଲାର ଲୋକମାନେ ଆସିଛନ୍ତି । ବୁଧବାର ସକାଳେ ଆଉ ଏକ ଟ୍ରେନ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ଭଦ୍ରକରେ ପହଞ୍ଚିବ ।
ସ୍ୱତନ୍ତ୍ର ଟ୍ରେନ୍ ପ୍ରବାସୀଙ୍କୁ ନେଇ ଆସୁଥିବାରୁ ଷ୍ଟେସନର ୫୦୦ ମିଟର ପରିଧି ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି । ଏହି କର୍ଫ୍ୟୁ ୨୪ ଘଣ୍ଟା ପାଇଁ ବଳବତ୍ତର ରହିବ ।