Thursday, May 14, 2020

ଦେଶର ଆର୍ଥନୀତି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ : କରୋନାର ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଡି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଉପରେ ଆଜି ବିସ୍ତ୍ରୁତ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ଏହି ଆର୍ଥିକ ପ୍ୟାକେଜ ଦେଶକୁ ସ୍ୱାବଲମ୍ବୀ କରିବ।

ବୁଧବାର ସାମ୍ବାଦିକ ସମ୍ମିଳନୀରେ ନିର୍ମଳା ସୀତାରମଣ କହିଛନ୍ତି କ୍ଷୁଦ୍ର, ମଧ୍ୟମ ଓ କୂଟୀର ଶିଳ୍ପର ଉଦ୍ୟୋଗୀଙ୍କ ଆଜି ୩ ଲକ୍ଷ କୋଟି ଟଙ୍କା ଋଣ ନେବାର ବ୍ୟବସ୍ଥା କରାଯାଇଛି। ଭାରତକୁ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିବା ବେଳେ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ରହିଛି ଲକ୍ଷ୍ୟ। ସେଥିପାଇଁ ଏମଏସଏମଇ ସହ ଜଡ଼ିତ ବ୍ୟବସାୟୀମାନଙ୍କୁ ୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନର ହୋଇଛି ବ୍ୟବସ୍ଥା।ଏହି କ୍ଷେତ୍ର ସହିତ ୧୨ କୋଟି ଲୋକ ଜଡ଼ିତ ଥିବାରୁ ଋଣ ବ୍ୟବସ୍ଥା ଅଟୋମେଟିକ ସିଷ୍ଟମରେ ହେବ। ଋଣ ପାଇଁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡ଼ିବନି। ୪ ବର୍ଷ ପାଇଁ ଏହି ଋଣ ଦିଆଯିବ। ବାର୍ଷିକ ଶହେ କୋଟି ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରୁଥିବା ଉଦ୍ୟୋଗ ଗୁଡ଼ିକ ଏହାଦ୍ୱାରା ଲାଭବାନ ହେବେ। ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଉଦ୍ୟୋଗୀମାନଙ୍କ ପାଇଁ ଫଣ୍ଡ ଅଫ ଫଣ୍ଡ୍ସ ବ୍ୟବସ୍ଥା ହେବ। ଏହା ଅଧୀନରେ ୫୦ ହଜାର କୋଟି ଟଙ୍କାର ଇକ୍ୟୁଇଟି ଇନଫ୍ୟୁଜନର ବ୍ୟବସ୍ଥା ଥିବାରୁ ଏମଏସଏମ ଉଦ୍ୟୋଗକୁ ସଂପ୍ରସାରଣ କରିବାକୁ ଚାହୁଁଥିବା ଲୋକମାନେ ଲାଭ ଉଠାଇ ପାରିବେ।

ସେ କହିଲେ ୩ ମାସ ପର୍ଯ୍ୟନ୍ତ ବ୍ୟବସାୟ ଓ କର୍ମଚାରୀଙ୍କ ଇପିଏଫ ପାଇଁ ୨୫ ହଜାର କୋଟିର ସହାୟତା ଯୋଗାଇ ଦିଆଯିବ। ସେହିପରି ଚାପରେ ଥିବା ଏମଏସଏମଇ ଉଦ୍ୟୋଗୀଙ୍କ ପାଇଁ ୨୦ ହଜାର କୋଟିର ବ୍ୟବସ୍ଥା କରାଯାଇଥିବା ବେଳେ ୨ ଲକ୍ଷରୁ ଅଧିକ ଏମଏସଏମ ଉଦ୍ୟୋଗୀଙ୍କୁ ମିଳିବ ଫାଇଦା। ମାଇକ୍ରୋ ଫାଇନ୍ସ ସେକ୍ଟରକୁ ୩୦ ହଜାର କୋଟି ଟଙ୍କା ଦିଆଯିବ। ନିର୍ମଳା କହିଲେ ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ଉଜ୍ଜଳା ଓ ଜନଧନ ଯୋଜନା ଦ୍ୱାରା ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହି ପ୍ୟାକେଜ ଦ୍ୱାରା ଚାଷୀଙ୍କ ଠାରୁ ଶ୍ରିମକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଫାଇଦା ମିଳିବ। ପୂର୍ବରୁ ଘୋଷଣା ହୋଇଥିବା ଗରିବ ଜନ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଥିଲା। ଏହି ଯୋଜନା ଅନୁସାରେ ୪୧ କୋଟି ଜନଧନ ଯୋଜନା ଆକାଉଣ୍ଟଧାରୀଙ୍କ ପାଖକୁ ଟଙ୍କା ଯାଇଥିବା ସେ ସୂଚନା ଦେଇଛନ୍ତି।

No comments:

Post a Comment