Tuesday, May 26, 2020

କେନ୍ଦୁଝର ଜିଲ୍ଲାରେ ନୂଆ ୮ଜଣଙ୍କ ପଜିଟିଭ୍ ରିପୋର୍ଟ।

କେନ୍ଦୁଝର ଜିଲ୍ଲାରେ ଆଜି ପୁଣି ଆଉ ଆଠ କରୋନା ପଜେଟିଭ ରୋଗୀ ଚିହ୍ନଟ । ଟ୍ୱୀଟ ଯୋଗେ ଜଣାଇଲେ ରାଜ୍ୟ ଆଇ ଏଣ୍ଡ ପିଆର ବିଭାଗ । ଏହି ଆଠ ଜଣ ଙ୍କ ମଧ୍ୟରୁ ୨ ଜଣ ଗୁଜୁରାଟ , ୧ ତାମିଲନାଡୁ , ୧ ମାହାରଷ୍ଟ୍ର , ଏବଂ ୨ ଜଣ ବାହାର ରୁ ଏହି ପରି ସମୁଦାୟ ୬ ଜଣ ବାହାର ରାଜ୍ୟରୁ ଫେରି କ୍ୱାରେନଟାଇନରେ ରହୁଥିଲେ । ଏବଂ ଅନ୍ୟ ଦୁଇ ଜଣ ହେଲେ ଘଷିପୁରା ବ୍ଲକ ର ଖାଲପାଳ ଅନ୍ଚଳର ଜଣେ ଘରୋଇ ଆମ୍ବୁଲାନ୍ସ ଡା୍ରଇଭର ଓ ଅନ୍ୟ ଜଣେ ହେଲେ କେନ୍ଦୁଝର ସହରର ଢିପା ସାହିରେ ରହୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଷ୍ଟିକ ପବ୍ଲିକ ହେଲ୍ଥ ଅଫିସର ଡ୍ରାଇଭର । ଏବଂ ଏହି ଆଠ ଜଣ ଙ୍କ ମଧ୍ୟରୁ କେବଳ ହାଟଡିହୀ ବ୍ଲକ ଅନଚଳର ଶାଳନୀଆ ଗାଁ ର ବ୍ୟକ୍ତି କ୍ୱାରେନ୍ଟାଇନ ରେ ଥିବା ସମୟରେ ତାଙ୍କୁ ୫ ଦିନ ଧରି ଜ୍ୱର ହୋଇ ଛାଡୁନଥିଲା ତାଙ୍କ ଛଡା ଅନ୍ୟ କାହାରି ଠାରେ ହେଲେ କୌଣସି ଲକ୍ଷଣ ନଥିଲା । ଏହି ସମସ୍ତ ଆଠ ଜଣଙ୍କୁ ବର୍ତମାନ କେନ୍ଦୁଝର ରାଙ୍କି ସ୍ଥିତ କୋଭିଡ ହସ୍ପିଟାଲ ରେ ରଖା ଯାଇଛି । ବର୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଢିପାସାହୀ ଅଂଚଳ ରାସ୍ତା କୁ ବାଉଁସ ବାନ୍ଦି ସିଲ କରିଥିବା ସହ ପୋଲିସ ଜଗି ରହିଥିବା ଦେଖିବାକୁ ମିଳିଛି । କ୍ୱାରାନଟାଇନ ରେ ଥିବା  ୬ ଚିହ୍ନଟ ରୋଗୀ ମାନେ ହେଲେ ହାଟଡ଼ିହି ବ୍ଲକ ଶାଳନୀଆ ଗାଁର ଜଣେ , ଆନନ୍ଦପୁର ବ୍ଲକ ଧକୋଠା ଗ୍ରାମର ଜଣେ , ପାଟଣା ବ୍ଲକ ଚିଲଦା ଗାଁ ର ଜଣେ, ହରିଚନ୍ଦନପୁର ବ୍ଲକ ଜିରାଙ୍ଗ ଗ୍ରାମର ଜଣେ , ସଦର ବ୍ଲକ ଶୁଆକାଟିର ଗାଁର ବାପା ଓ ଝିଅ ମିଶି ଦୁଇ ଜଣ ।

Saturday, May 16, 2020

ଭାରତକୁ ୭୬ହଜାର କୋଟି ଦେଲା ବିଶ୍ୱବ୍ୟାଙ୍କ ।

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ବିଶ୍ୱବ୍ୟାଙ୍କ ଭାରତକୁ ବଡ଼ ସହଯୋଗ କରିଛି । ଭାରତ ସରକାରଙ୍କ କାର୍ଯ୍ୟକ୍ରମ ଲାଗି ବିଶ୍ୱବ୍ୟାଙ୍କ ଭାରତ ଲାଗି ୧ ବିଲିୟନ୍ ଡଲାରର ପ୍ୟାକେଜ୍ ଘୋଷଣା କରିଛି । ଏହି ପ୍ୟାକେଜ୍ ସାମାଜିକ ସୁରକ୍ଷା ଲାଗି ଉଦ୍ଦିଷ୍ଟ । ଏହା ପୂର୍ବରୁ କରୋନା ବିରୋଧରେ ଲଢ଼େଇ ଲାଗି ଭାରତକୁ ବ୍ରିକ୍ସ ଦେଶର ନ୍ୟୁ ଡେଭଲପମେଂଟ ବ୍ୟାଙ୍କ ୧ ଆରବ ଡଲାରର ଆପାତକାଳୀନ ସହାୟତା ରାଶି ଦେବାପାଇଁ ଘୋଷଣା କରିଥିଲା । 

ବିଶ୍ୱବ୍ୟାଙ୍କର ଭାରତ ମୁଖ୍ୟ ଜୁନେଦ ଅହମଦ୍ କହିଛନ୍ତ ଯେ, ବ୍ୟାଙ୍କ ତିନୋଟି କ୍ଷେତ୍ରରେ ଭାରତ ସହିତ ସହଯୋଗ କରିବ । ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଲଘୁ ଏବଂ ମଧ୍ୟମ ଉଦ୍ୟୋଗ । ଭାରତର ସାମାଜିକ ସୁରକ୍ଷାକୁ ପ୍ରବାସୀ, ଅସଙ୍ଗଠିତ ଶ୍ରମିକ, ପୋର୍ଟେବିଲିଟି ଏବଂ ସିଷ୍ଟମର ଏକୀକରଣ ନିର୍ମାଣ କରିବା ପାଇଁ ପ୍ରେରିତ କରାଯିବ । ବିଶ୍ୱବ୍ୟାଙ୍କ ୨୫ଟି ବିକାଶଶୀଳ ଦେଶକୁ ଏହି ପ୍ୟାକେଜ ଦେବାଲାଗି ପ୍ରସ୍ତାବ ଦେଇଥିଲା । 
ଏହା ଛଡ଼ା ଏସିଆ ବିକାଶ ବ୍ୟାଙ୍କ (ଏଡିବି) କରୋନା ସଙ୍କଟରେ ଭାରତକୁ ୧.୫ ଅ।।ରବ ଡଲାରର ପ୍ୟାକେଜ ଦେବାଲାଗି ଘୋଷଣା କରିଥିଲା । ଏହାର ଉଦ୍ଦେଶ୍ୟ ଭାରତ ସରକାର କରୋନା ପ୍ରସାର ରୋକିବା ଲଢ଼େଇରେ ସାମିଲ ହୋଇ ମାନବୀୟ, ସାମାଜିକ ଏବଂ ଆର୍ଥିକ କ୍ଷତିକୁ କମ୍ କରିବା ।

Friday, May 15, 2020

ରାଜ୍ୟରେ ଆଉ ୪୮ଟି କରୋନା ଆକ୍ରାନ୍ତ ଟିହ୍ନଟ ।

ଭୁବନେଶ୍ଵର : ରାଜ୍ୟରେ ଆଜି ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୧୨ ଜଣ, ବାଲେଶ୍ଵର ୧୨ ଜଣ, ପୁରୀ ୧୦ ଜଣ, ଭଦ୍ରକ ୬, ନୟାଗଡ ୩ଜଣ, ଯାଜପୁର ୨ଜଣ ଏବଂ କଟକ, ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟର ୫୧୧ ଜଣ ଚିକିତ୍ସିତ ଥିବା ବେଳେ ୧୫୮ ଜଣ ସୁସ୍ଥ ହୋଇଛନ୍ତି। ୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

Thursday, May 14, 2020

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮୦୦୩ ।

ନୂଆଦିଲ୍ଲୀ : ଗୁରୁବାର ସକାଳ ୮ଟା ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮୦୦୩ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୬୨୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨୫୪୯ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହି ସୂଚନା ଦେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ରହିଛି ୨୧୩୭। ସେହିପରି ଅରୁଣାଚଳ ପ୍ରଦେଶ ୧, ଆସାମ ୮୦, ବିହାର ୯୪୦, ଚଣ୍ଡିଗଡ଼ ୧୮୭, ଛତିଶଗଡ଼ ୫୯, ଦାଦର ନଗର ହାୱେଲି ୧, ଦିଲ୍ଲୀ ୭୯୯୮, ଗୋଆ ୭, ଗୁଜରାଟ ୯୨୬୭, ହରିୟାଣା ୭୯୩, ହିମାଚଳ ପ୍ରଦେଶ ୬୬, ଜମ୍ମୁ ଓ କଶ୍ମୀର ୯୭୧, ଝାଡ଼ଖଣ୍ଡ ୧୭୩ କର୍ଣ୍ଣାଟକ ୯୫୯ ଓ କେରଳରେ ୫୩୪ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡା ଲଦାଖ ୪୩, ମଧ୍ୟପ୍ରଦେଶ ୪୧୭୩, ମହାରାଷ୍ଟ୍ର ୨୫୯୨୨, ମଣିପୁର ୨, ମେଘାଳୟ ୧୩, ମିଜୋରାମ ୧, ଓଡ଼ିଶା ୪୩୮, ପୁଦ୍ଦୁଚେରୀ ୧୩, ପଞ୍ଜାବ ୧୯୨୪, ରାଜସ୍ଥାନ ୪୩୨୮, ତାମିଲନାଡୁ ୯୨୨୭, ତେଲେଙ୍ଗାନା ୧୩୬୭, ତ୍ରିପୁରା ୧୫୫, ଉତ୍ତରାଖଣ୍ଡ ୭୨, ଉତ୍ତରପ୍ରଦେଶ ୩୭୨୯ ଓ ପଶ୍ଚିମବଙ୍ଗରେ ୨୨୯୦ କାରୋନା ଆକ୍ରାନ୍ତ ଥିବା କୁହାଯାଇଛି।

ଦେଶର ଆର୍ଥନୀତି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ : କରୋନାର ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଡି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଉପରେ ଆଜି ବିସ୍ତ୍ରୁତ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ଏହି ଆର୍ଥିକ ପ୍ୟାକେଜ ଦେଶକୁ ସ୍ୱାବଲମ୍ବୀ କରିବ।

ବୁଧବାର ସାମ୍ବାଦିକ ସମ୍ମିଳନୀରେ ନିର୍ମଳା ସୀତାରମଣ କହିଛନ୍ତି କ୍ଷୁଦ୍ର, ମଧ୍ୟମ ଓ କୂଟୀର ଶିଳ୍ପର ଉଦ୍ୟୋଗୀଙ୍କ ଆଜି ୩ ଲକ୍ଷ କୋଟି ଟଙ୍କା ଋଣ ନେବାର ବ୍ୟବସ୍ଥା କରାଯାଇଛି। ଭାରତକୁ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିବା ବେଳେ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ରହିଛି ଲକ୍ଷ୍ୟ। ସେଥିପାଇଁ ଏମଏସଏମଇ ସହ ଜଡ଼ିତ ବ୍ୟବସାୟୀମାନଙ୍କୁ ୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନର ହୋଇଛି ବ୍ୟବସ୍ଥା।ଏହି କ୍ଷେତ୍ର ସହିତ ୧୨ କୋଟି ଲୋକ ଜଡ଼ିତ ଥିବାରୁ ଋଣ ବ୍ୟବସ୍ଥା ଅଟୋମେଟିକ ସିଷ୍ଟମରେ ହେବ। ଋଣ ପାଇଁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡ଼ିବନି। ୪ ବର୍ଷ ପାଇଁ ଏହି ଋଣ ଦିଆଯିବ। ବାର୍ଷିକ ଶହେ କୋଟି ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରୁଥିବା ଉଦ୍ୟୋଗ ଗୁଡ଼ିକ ଏହାଦ୍ୱାରା ଲାଭବାନ ହେବେ। ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଉଦ୍ୟୋଗୀମାନଙ୍କ ପାଇଁ ଫଣ୍ଡ ଅଫ ଫଣ୍ଡ୍ସ ବ୍ୟବସ୍ଥା ହେବ। ଏହା ଅଧୀନରେ ୫୦ ହଜାର କୋଟି ଟଙ୍କାର ଇକ୍ୟୁଇଟି ଇନଫ୍ୟୁଜନର ବ୍ୟବସ୍ଥା ଥିବାରୁ ଏମଏସଏମ ଉଦ୍ୟୋଗକୁ ସଂପ୍ରସାରଣ କରିବାକୁ ଚାହୁଁଥିବା ଲୋକମାନେ ଲାଭ ଉଠାଇ ପାରିବେ।

ସେ କହିଲେ ୩ ମାସ ପର୍ଯ୍ୟନ୍ତ ବ୍ୟବସାୟ ଓ କର୍ମଚାରୀଙ୍କ ଇପିଏଫ ପାଇଁ ୨୫ ହଜାର କୋଟିର ସହାୟତା ଯୋଗାଇ ଦିଆଯିବ। ସେହିପରି ଚାପରେ ଥିବା ଏମଏସଏମଇ ଉଦ୍ୟୋଗୀଙ୍କ ପାଇଁ ୨୦ ହଜାର କୋଟିର ବ୍ୟବସ୍ଥା କରାଯାଇଥିବା ବେଳେ ୨ ଲକ୍ଷରୁ ଅଧିକ ଏମଏସଏମ ଉଦ୍ୟୋଗୀଙ୍କୁ ମିଳିବ ଫାଇଦା। ମାଇକ୍ରୋ ଫାଇନ୍ସ ସେକ୍ଟରକୁ ୩୦ ହଜାର କୋଟି ଟଙ୍କା ଦିଆଯିବ। ନିର୍ମଳା କହିଲେ ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ଉଜ୍ଜଳା ଓ ଜନଧନ ଯୋଜନା ଦ୍ୱାରା ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହି ପ୍ୟାକେଜ ଦ୍ୱାରା ଚାଷୀଙ୍କ ଠାରୁ ଶ୍ରିମକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଫାଇଦା ମିଳିବ। ପୂର୍ବରୁ ଘୋଷଣା ହୋଇଥିବା ଗରିବ ଜନ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଥିଲା। ଏହି ଯୋଜନା ଅନୁସାରେ ୪୧ କୋଟି ଜନଧନ ଯୋଜନା ଆକାଉଣ୍ଟଧାରୀଙ୍କ ପାଖକୁ ଟଙ୍କା ଯାଇଥିବା ସେ ସୂଚନା ଦେଇଛନ୍ତି।

Wednesday, May 13, 2020

ଗ୍ରୀନଜୋନ୍ ରେ ଚାଲିବ ସରକାରୀ ବସ୍ ।

ଭୁବନେଶ୍ୱର: ଏଣିକି ରାଜ୍ୟର ଗ୍ରୀନ୍ ଜୋନରେ ଗଡ଼ିବ ଓଏସଆରଟିସି ବସ୍ । ଘରୋଇ ବସ୍ ମାଲିକ ସଂଘ ଗାଡ଼ି ଚଳାଇବାକୁ ରାଜି ନହେବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, କିଛି ସ୍ୱତନ୍ତ୍ର ନିୟମ ଓ କଟକଣା ଭିତରେ ଗ୍ରୀନ୍ ଜୋନରେ ବସ୍ ଚଳାଚଳ କରିବ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଗଡ଼ିବ । ଏଥିପାଇଁ ଯାତ୍ରୀଙ୍କୁ ଦୁଇ ଗୁଣା ଭଡ଼ା ଦେବାକୁ ପଡ଼ିବ । ରାଜ୍ୟରେ ଥିବା ସମସ୍ତ ଗ୍ରୀନ୍ ଜୋନ୍‌ରେ ଓଏସ୍ଆର୍‌ଟିସି ବସ୍ ଚାଲିବା ସହ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।


କେନ୍ଦୁଝର ଜିଲ୍ଲାରୁ ଆଉ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ।

ଘଷିପୁରା – କେନ୍ଦୁଝର ଜିଲ୍ଲାରେ ଆଜି ଆଉ ୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କେନ୍ଦୁଝର ଜିଲ୍ଲାରେ କରୋନା ପଜେଟିଭ୍ ଙ୍କ ସଂଖ୍ୟା ୪ ରେ ପହଞ୍ଚିଛି ‌। ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତର ଜଣେ ହୋଇ ଥିବା ବେଳେ ଅନ୍ୟ ଜଣକ ହେଲେ ଧନୁର୍ଜୟପୁର ପଞ୍ଚାୟତର ଜଣା ପଡ଼ିଛି। ଦୁଇ ଜଣ ଯାକ ସୁରତରୁ ଗତ ୪ ତାରିଖରେ ସୁରଟରୁ ଫେରି ପଞ୍ଚାୟତରେ ଥିବା ସଙ୍ଗ ରୋଧ କେନ୍ଦ୍ରରେ ରହିଥିଲେ।ସେମାନଙ୍କ ଠାରୁ ତିନି ଦିନ ତଳେ ନମୂନା ସଂଗ୍ରହ କରାଯାଇ ପରିକ୍ଷା ପାଇଁ ଭୂବନେଶ୍ବର ପଠାଯାଇଥିଲା । ମଙ୍ଗଳବାର ସେମାନଙ୍କର ପଜେଟିଭ୍ ରିପୋଟ୍ ଆସିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସେହି ପଞ୍ଚାୟତ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

Tuesday, May 12, 2020

ସ୍ୱତନ୍ତ୍ର ଟ୍ରେନରେ ଆନ୍ଧ୍ରରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡ଼ିଆ।

ଆନ୍ଧ୍ରପ୍ରଦେଶ ମଙ୍ଗଳଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍ ଭଦ୍ରକରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ସମସ୍ତଙ୍କ ପଞ୍ଜିକରଣ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଟ୍ରେନରୁ ପ୍ରାୟ ୪୦୦ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଛନ୍ତି । ସେମାନଙ୍କ  ସ୍କ୍ରିନିଂ କରାଯିବା ପରେ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯିବ ।

ନିଜ ନିଜ ପଞ୍ଚାୟତ ଓ ପୌରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମାନଙ୍କୁ ରଖାଯିବ । ଟ୍ରେନରେ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଓ ଅନ୍ୟ କିଛି ଜିଲ୍ଲାର ଲୋକମାନେ ଆସିଛନ୍ତି । ବୁଧବାର ସକାଳେ ଆଉ ଏକ ଟ୍ରେନ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ଭଦ୍ରକରେ ପହଞ୍ଚିବ ।

ସ୍ୱତନ୍ତ୍ର ଟ୍ରେନ୍ ପ୍ରବାସୀଙ୍କୁ ନେଇ ଆସୁଥିବାରୁ ଷ୍ଟେସନର ୫୦୦ ମିଟର ପରିଧି ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି । ଏହି କର୍ଫ୍ୟୁ ୨୪ ଘଣ୍ଟା ପାଇଁ ବଳବତ୍ତର ରହିବ ।

ମାଡିଆସୁଛି ପ୍ରବଳ ଝଡବର୍ଷା,୧୨ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ ।

ଭୁବନେଶ୍ୱର : ରାଜ୍ୟର ୧୨ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ବିହାର ଓ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୁନ୍ଦରଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, କଟକ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ଝଡ଼ବର୍ଷା ହେବ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଏହାଛଡା ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି କୁହାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଲେ ନବୀନ

ଭୁବନେଶ୍ୱର(ତା-୧୨-୦୫-୨୦୨୦)ମଙ୍ଗଳବାର : ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫୋରେନ୍ସ ଆଲୋଚନା ବେଳେ ୫ଟି ପ୍ରସ୍ତାବ ରଖିଛନ୍ତି ନବୀନ ପଟ୍ଟନାୟକ। ଜୋନ୍ ପାଇଁ ନୂଆ ପ୍ରସ୍ତାବ ଦେଇ କହିଛନ୍ତି ସମସ୍ତ ଜିଲ୍ଲାକୁ ରେଡ୍, ଅରେଞ୍ଜ୍ ଜୋନ କରା ନଯାଇ ଜିଲ୍ଲାର ଏକ ଛୋଟ ଅଞ୍ଚଳକୁ ଜୋନରେ ବିଭକ୍ତ କରାଯାଉ ଏବଂ ଏନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ। ଏହା ସହିତ ଲକଡାଉନ ଅବଧି ବିକେନ୍ଦିକରଣ କରାଯାଉ।ଅର୍ଥନୈତିକ ଗତିକୁ ବଢ଼ାଇବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ ଏଥିପାଇଁ ଜାତୀୟ ସ୍ତରରେ ଏସ୍ଓପି ପ୍ରସ୍ତୁତ କରାଯାଉ।ଏବଂ ପଞ୍ଚାୟତରାଜ ବିଭାଗକୁ ଦାୟିତ୍ୱ ଦେଇ କିଭଳି ଭାବରେ ଗାଁ ଗୁଡିକ ନ ବ୍ୟାପିବ ସେ ବିଷୟରେ ଆଲୋଚନା କରିଛନ୍ତି । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଚଳାଚଳ କରି କିପରି ବାହାର ରାଜ୍ୟରେ ଥିବା ଶ୍ରମିକ ମାନଙ୍କୁ ଆମ ରାଜ୍ୟକୁ ଅଣାଯାଇ ପାରିବ ସେନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।