ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ବିଶ୍ୱବ୍ୟାଙ୍କ ଭାରତକୁ ବଡ଼ ସହଯୋଗ କରିଛି । ଭାରତ ସରକାରଙ୍କ କାର୍ଯ୍ୟକ୍ରମ ଲାଗି ବିଶ୍ୱବ୍ୟାଙ୍କ ଭାରତ ଲାଗି ୧ ବିଲିୟନ୍ ଡଲାରର ପ୍ୟାକେଜ୍ ଘୋଷଣା କରିଛି । ଏହି ପ୍ୟାକେଜ୍ ସାମାଜିକ ସୁରକ୍ଷା ଲାଗି ଉଦ୍ଦିଷ୍ଟ । ଏହା ପୂର୍ବରୁ କରୋନା ବିରୋଧରେ ଲଢ଼େଇ ଲାଗି ଭାରତକୁ ବ୍ରିକ୍ସ ଦେଶର ନ୍ୟୁ ଡେଭଲପମେଂଟ ବ୍ୟାଙ୍କ ୧ ଆରବ ଡଲାରର ଆପାତକାଳୀନ ସହାୟତା ରାଶି ଦେବାପାଇଁ ଘୋଷଣା କରିଥିଲା ।
ବିଶ୍ୱବ୍ୟାଙ୍କର ଭାରତ ମୁଖ୍ୟ ଜୁନେଦ ଅହମଦ୍ କହିଛନ୍ତ ଯେ, ବ୍ୟାଙ୍କ ତିନୋଟି କ୍ଷେତ୍ରରେ ଭାରତ ସହିତ ସହଯୋଗ କରିବ । ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଲଘୁ ଏବଂ ମଧ୍ୟମ ଉଦ୍ୟୋଗ । ଭାରତର ସାମାଜିକ ସୁରକ୍ଷାକୁ ପ୍ରବାସୀ, ଅସଙ୍ଗଠିତ ଶ୍ରମିକ, ପୋର୍ଟେବିଲିଟି ଏବଂ ସିଷ୍ଟମର ଏକୀକରଣ ନିର୍ମାଣ କରିବା ପାଇଁ ପ୍ରେରିତ କରାଯିବ । ବିଶ୍ୱବ୍ୟାଙ୍କ ୨୫ଟି ବିକାଶଶୀଳ ଦେଶକୁ ଏହି ପ୍ୟାକେଜ ଦେବାଲାଗି ପ୍ରସ୍ତାବ ଦେଇଥିଲା ।
ଏହା ଛଡ଼ା ଏସିଆ ବିକାଶ ବ୍ୟାଙ୍କ (ଏଡିବି) କରୋନା ସଙ୍କଟରେ ଭାରତକୁ ୧.୫ ଅ।।ରବ ଡଲାରର ପ୍ୟାକେଜ ଦେବାଲାଗି ଘୋଷଣା କରିଥିଲା । ଏହାର ଉଦ୍ଦେଶ୍ୟ ଭାରତ ସରକାର କରୋନା ପ୍ରସାର ରୋକିବା ଲଢ଼େଇରେ ସାମିଲ ହୋଇ ମାନବୀୟ, ସାମାଜିକ ଏବଂ ଆର୍ଥିକ କ୍ଷତିକୁ କମ୍ କରିବା ।
No comments:
Post a Comment